ଆଗାମୀ ୩ଘଣ୍ଟା ଘୂଣ୍ଣିଝଡ ଓ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୪/୦୪:  ଆଗାମୀ ୩ଘଣ୍ଟା ଘୂଣ୍ଣିଝଡ ଓ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ୱରରେ ୪୩. ୨ଡିଗ୍ରୀ ତାପମାତ୍ରା ପରେ କାଳବୈଶାଖୀ ବର୍ଷା ହୋଇଛି। କାଳବୈଶାଖୀ ଆଣିବ ସାମାନ୍ୟ ଆଶ୍ୱସ୍ତି ।ଏହାସହ ଆଗାମୀ ୩ ଘଣ୍ଟା ପାଇଁ କିଛି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ନେଇ ସତର୍କ କରାଇଛି ପାଣିପାଗ  । ରାୟଗଡ଼ା, ଗଂଜାମ, କଟକ, ଖୋର୍ଦ୍ଧା, ପୁରୀ, ବରଗଡ଼ ଓ ନୟାଗଡକୁ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ ।ଗ୍ରୀଷ୍ମ ଲହରୀ ପରେ ବର୍ତମାନ ରାଜଧାନୀର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି ।