ଆଜିଠୁ ସକ୍ରିୟ ହେବ କାଳବୈଶାଖୀ, ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧/୫: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ତାତି ଅନୁଭବ ହେଉଛି। ଏହାରିମଧ୍ୟରେ  ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା କମିବାର ସମ୍ଭାବନା ରହିଛି। ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି। କାଳବୈଶାଖୀ ସମୟରେ ବିଜୁଳି ଘଡ଼ଘଡି଼ ହେବା ସମ୍ଭାବନା ରହିଛି। ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।