କମିଲା ତାପମାତ୍ରା, ଟ୍ୱିନ ସିଟିରେ ଝିପି ଝିପି ବର୍ଷା

ଭୁବନେଶ୍ୱର,୨୪/୦୨: ରାଜ୍ୟରେ ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । କଟକ ଭଚବନେଶ୍ୱରରେ ଝିପିଝିପି ବର୍ଷା ପରେ ପାରଦ କମିଛି । ତାପମାତ୍ରା କମିବା ସହ ତାତିରୁ ମିଳିଛି ମୁକ୍ତି । ଛତିଶଗଡ଼ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦ୍ୱେଚ୍ଛ ନଗରୀ ସମେତ କିଛି ଜିଲ୍ଲାରେ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଆଜି ଉପକୂଳ ସମେତ ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ ମନ୍ଧମାଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ବେଳେ ବଜ୍ରପାତ ନେଇ ମଧ୍ୟ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।