ରାଜ୍ୟରେ କିଛି ସ୍ଥାନରେ ଘନ କୁହୁଡି ସହ ବର୍ଷା ଜାରି!

ଭୁବନେଶ୍ୱର,୨୧/୦୧: ଶୀତ ସାଙ୍ଗକୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶୀତ ସାଙ୍ଗକୁ ବର୍ଷା ଯୋଗୁ ଦୁଇ ଦିନ ହେବ ରାଜ୍ୟରେ କୋହଲା ପାଗ ଦେଖିବାକୁ ମିଳିଥିଲା । ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତର ଓଡ଼ିଶାରେ କୋହଲ ପାଗ ଲାଗି ରହିଛି । ଏହା ସହ କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘନ କୁହୁଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।