ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧/୪: ରଜରେ ଏବେ ଖରା ଓ ଗରମ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । କେତେକ ଜାଗାରେ ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଆସନ୍ତାକାଲି ଉପକୂଳ ଓଡ଼ିଶା ସହ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା, ପବନ, ଘଡ଼ଘଡ଼ି ଆଶଙ୍କା ରହିଛି । କେତେକ ଜାଗାରେ ଧୂଳିଝଡ଼, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ଆଶଙ୍କା ଅଛି । ଏହାବାଦ୍‌ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଟକ, ଅନୁଗୁଳ, ନୟାଗଡ଼ରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପବନ ହୋଇପାରେ । ଶନିବାର କାଳବୈଶାଖୀ ପ୍ରକୋପ ଜାରି ରହିବ ।