ରାଜ୍ୟରେ ଆଜିଠୁ ଧୀରେ ଧୀରେ କମିବ ବର୍ଷା

ଭୁବନେଶ୍ବର,୫/୧୦: ରାଜ୍ୟରେ ଆଜିଠୁ ଧୀରେ ଧୀରେ କମିବ ବର୍ଷା । ଆଜି ପୂର୍ବାହ୍ନ ସୁଦ୍ଧା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଉଭୟ ବିସ୍ତୃତି ଓ ପରିମାଣରେ ଦୃଷ୍ଟାନ୍ତମୂଳକ ଭାବେ କମିବାର ସମ୍ଭାବନା ରହିଛି। ଏହାପରେ ବର୍ଷା ପରିମାଣ ହ୍ରାସ ପାଇବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବରର ଜଳେଶ୍ବରରେ ୧୫ ସେମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀର କାକଟପୁରରେ ୯, କେନ୍ଦ୍ରାପଡ଼ା, ସମ୍ବଲପୁରର ବାଟଗାଁ, ମୟୂରଭଞ୍ଜର ଉଦଳାରେ ୮ ସେମି ଲେଖାଏ ବର୍ଷା ହୋଇଛି।