ରାଜ୍ୟରେ ୧୫ ଯାଏ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୩/୧: ରାଜ୍ୟରେ ଏବେ ଶୀତ ଲହରୀ ଜାରି ଥିବା ବେଳେ ଆସନ୍ତା ଆଉ ଦୁଇ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେଣୁ ଆସନ୍ତାକାଲି ଯାଏ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ନେଇ ଆଶଙ୍କା ରହିଛି। ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୮ ଜିଲ୍ଲା ଗୁଡିକ ହେଉଛି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ଗଞ୍ଜାମ, ଗଜପତି, ନୟାଗଡ଼, ଅନୁଗୁଳ।