ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ

ଭୁବନେଶ୍ୱର,୨୦/୦୬: ଗରମ ଗୁଳୁଗୁଳି ରୁ ଆଉଟ ପାଉଟ ହେଉଥିଲେ ଲୋକେ। ଆଜି ଆସ୍ୱସ୍ତି କର ଖବର ସାମ୍ନାକୁ ଆସିଛି। ଏହାରିମଧ୍ୟରେ ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଦକ୍ଷିଣ ଓଡିଶାର ନୂଆପଡା, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ ଆଦି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଅନେକ ସ୍ଥାନରେ ଆକାଶ ପ୍ରାୟ ମେଘୁଆ ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ।ତେବେ ଜୁନ ୨୧ ରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା ବଢିବ ଏବଂ ୨୨ ରୁ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୧ ରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।