ବର୍ଷାରେ ଭିଜିବେ କାଳିଆ ସାଆନ୍ତେ, ରଥଯାତ୍ରାରେ କମିବ ତାପମାତ୍ରା

ଭୁବନେଶ୍ୱର,୧୯/୦୬: ରାଜ୍ୟରେ ଏବେ ଅସହ୍ୟ ତାତିକୁ ଗୁଳୁଗୁଳୁ ଅନୁଭୂତ ହେଉଛି। ଏହାରିମଧ୍ୟରେ ଏକ ଆଶ୍ବସ୍ଥି କର ଖବର ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଭିଜିବେ କାଳିଆ ସାଆନ୍ତେ। ରଥଯାତ୍ରା ସମୟରେ ପୁରୀରେ ବର୍ଷା ହେବାର ଆଶାଙ୍କା ରହିଛି। ଏନେଇ  ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ମୌସୁମୀ ଓଡିଶା ଆସିବା ପାଇଁ ପାଗ ଅନୁକୂଳ ରହିଛି । ରଥଯାତ୍ରାରେ ଆକାଶ ମେଘୁଆ ରହିବା ସହ ଗୁଳୁଗୁଳି କମିଯିବ । ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେବ । ରାଜ୍ୟରେ ଗ୍ରୀଷ୍ମପ୍ରବାହ କମିଯିବ ।

ଏଲନିନୋର ପ୍ରଭାବ ଓଡିଶା ଉପରେ ପଡିନଥାଏ । ତେଣୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ।ରାତି ପାହିଲେ ରଥ ଯାତ୍ରା । ରଥଯାତ୍ରାରେ ଗରମ ଗୁୂଳୁଗୁଳିର ମାତ୍ରା କିଛିଟା କମିବ । ଦିନକରେ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବ । ୨୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିଭଳି ୨୨ରେ କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ।