ରାଜ୍ୟରେ ଆସନ୍ତା ୧୧ରୁ ୧୪ ଯାଏଁ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୯/୧: ରାଜ୍ୟରେ ଏବେ ଶୀତ ଲହରୀ ଥିବାବେଳେ ଆସନ୍ତା ୧୧ରୁ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ ପ୍ରଭାବରେ ଓଡିଶାରେ ଆସନ୍ତା ୧୧ରୁ ୧୪ ଯାଏଁ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଜାନୁୟାରୀ ୧୧ରୁ ୧୨ ପାଇଁ ୭ଟି ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ୭ଟି ଜିଲ୍ଲାଗୁଡିକ ହେଲା ବରଗଡ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡ । ଜାନୁାଆରୀ ୧୨ରୁ ୧୩ ପାଇଁ ୭ଟି ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡିକ ହେଲା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ ଓ ନୟାଗଡ। ସେହିପରି ଜାନୁୟାରୀ ୧୩ରୁ ୧୪ ପାଇଁ ରାଜ୍ୟର ୯ଟି ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି । ଏହି ୯ଟି ଜିଲ୍ଲା ହେଲା – କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ ଓ କନ୍ଧମାଳ ।