ମଧ୍ୟରାତ୍ରୀରେ ରାଜଧାନୀରେ ପ୍ରବଳ ଘଡଘଡି ସହ ବର୍ଷା

ଭୁବନେଶ୍ୱର: ମଧ୍ୟରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷାରେ ରାଜଧାନୀ ବେହାଲ ହୋଇଛି।
ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି

ପ୍ରବଳ ହୋଇଥିଲା। ବର୍ଷା ଯୋଗୁଁ ଗରମରୁ ସହରବାସୀଙ୍କୁ ସାମାନ୍ୟ ନିସ୍ତାର ମିଳିଥିଲେ ମଧ୍ୟ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୁବନେଶ୍ୱର ସମେତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖାଦେଇଛି। ଭୁବନେଶ୍ୱରରେ ଘଣ୍ଟା ପ୍ରତି ୩୫କିମି ବେଗରେ ପବନ ହୋଇଥିଲା। ସ୍ଥଳବିଶେଷରେ ପବନର ବେଗ ୫୦ କିମି ଛୁଇଁଥିବା ଜଣାପଡ଼ିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ପାଗ ଏଭଳି ରହିବ। ଦିନରେ ଗରମ ସାଙ୍ଗକୁ ଅପରାହ୍‌ଣ ଓ ରାତିରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ।