ଚିଲିକାରେ ବର୍ଷା ପବନ ଆଶଙ୍କା ନେଇ ଛୋଟ ଡଙ୍ଗାରେ ଯାତାୟତ କରିବାକୁ ବାରଣ

ଭୁବନେଶ୍ୱର,୨୧/୫: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆଜି ଚିଲିକାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନର ଆଶଙ୍କା ରହିଛି । ତେଣୁ ଛୋଟ ଡଙ୍ଗାରେ ଯାତାୟତ କରିବାକୁ ବାରଣ କରିଛି ପାଣିପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ୪୦ରୁ ୫୦ ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ଟୁଇଟ କରି ସତର୍କ ସୂୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ସେପଟେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ସମ୍ଭାବନା ରହିଛି । ଏନେଇ ଏସଆରସି ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ରହିବା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।