ବର୍ଷା ପାଇଁ ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧/୫: ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିଛି ବର୍ଷା । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି । ବର୍ଷା ପାଇଁ ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଆଜି ଜିଲ୍ଲାରେ ବର୍ଷା ହେବ ।ବର୍ଷା କାରଣରୁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟରେ କମ ଗରମ ଅନୁଭୂତ ହେବ । ତେବେ ୬ ତାରିଖରୁ ପୁଣି ଗରମ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଆସନ୍ତା ୧୨ ତାରିଖରୁ ପୁଣିଥରେ ଗ୍ରୀଷ୍ମପ୍ରବାହ ରେ ଆଉଟ ପାଉଟ ହେବେ ଲୋକେ।