ରାଜ୍ୟରେ ଆଗାମୀ ୪ ଦିନ ଯାଏଁ ଜାରି ରହିବ କାଳବୈଶାଖୀ

ଭୁବନେଶ୍ୱର,୨୮/୪: ରାଜ୍ୟରେ ଅସହ୍ୟ ତାତି ଭିତରେ ବର୍ଷା ଆଶ୍ୱସ୍ତି ଦେଇଛି। ଏହାରିମଧ୍ୟରେ ଆଗାମୀ ୪ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ।  କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୬ ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ । ଏହି ସବୁ ଜିଲ୍ଲାର କଛି ସ୍ଥାନରେ କୁଆପଥର ବର୍ଷା ହେବାର ଆକଳନ କରାଯାଇଛି । ଏହା ବ୍ୟତୀତ ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ଅନୁଗୁଳୁ, ନୟାଗଡ଼, କଟକ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।