ଚଳିତବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବ: IMD

ଭୁବନେଶ୍ୱର,୧୧/୪: ଖୁସି ଖବର । ଚଳିତବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବ । ଦେଶରେ ଚଳିତବର୍ଷ ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହେବ ବୋଲି ଆକଳନ କରଛି ଆଇଏମଡି । ଏନେଇ ଭାରତୀୟ ପାଣିପାଗ ବିଭାଗର ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସ୍ୱାଭାବିକ ବର୍ଷା ଯୋଗୁଁ ଏଥର ଭଲ ଫସଲ ହେବାର ଆକଳନ କରାଯାଉଛି । ଗତ ବର୍ଷ ଅତ୍ୟାଧିକ ଖରା ଯୋଗୁଁ ଫସଲ ପ୍ରଭାବିତ ହୋଇଥିଲା ।