ବାତ୍ୟା ଭୟ, ବର୍ଷାରେ ଭିଜିବ ଦୀପାବଳି!

ଭୁବନେଶ୍ୱର,୧୮/୧୦:  ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ସୁଦ୍ଧା ବଙ୍ଗୋପସାଗରର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତୀ ୪୮ ଘଣ୍ଟାରେ ଲଘୁଚାପଟି ( ୱେଲମାର୍କ ଲୋ-ପ୍ରେସର)ରେ ପରିଣତ ହେବା ସହ ଅଧିକ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହେବ। ତେବେ, ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ନା ନାହିଁ ତାହା ଏବେ ଠାରୁ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ ବୋଲି କହିଛି ଘରୋଇ ପାଣିପାଗ ଆକଳନ ସଂସ୍ଥା ସ୍କାଇମେଟ । କିନ୍ତୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଏହା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ସେସଂପର୍କରେ ସ୍ପଷ୍ଟ ଚିତ୍ର ମିଳି ନଥିଲେ ମଧ୍ୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ବହୁ ଅଧିକ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ସ୍କାଇମେଟ।