ଆସନ୍ତାକାଲି ସୁଦ୍ଧା ୧୬ ଜିଲ୍ଲା ସାବଧାନ !

ଭୁବନେଶ୍ୱର, ୧୮/୪: ରାଜ୍ୟରେ ଦିନକୁ ଦିନ ଖରାକୁ ଗରମ ବଢ଼ିବାରେ ଲାଗିଛି। ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି।ଆସନ୍ତା କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ଥିବା ପୂର୍ବନୁମାନ କରିଛି ପଣିପାଗ ବିଭାଗ। ବର୍ଷା ହେବ ସହ ୧୬ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୧୬ ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ରାୟଗଡ଼ା ।