ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୨/୨: ରାଜ୍ୟରେ ଏବେ ଶୀତ ଟିକେ କମିଛି। ଏହାସହ ପାଗ ମଧ୍ୟ ଶୁଖିଲା ରହିଛି। କିନ୍ତୁ ଏହାରିମଧ୍ୟରେ ପଶ୍ଚିମା ଝଡ଼ ବା ଓ୍ବେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏ ସଂପର୍କରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ସମ୍ଭାବନା ଥିବା ଜିଲ୍ଲା ମଧ୍ୟରେ ରହିଛି  ନୂଆପଡ଼ା,ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ।