ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୪/୧୧: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୬ରେ ଗଭୀର ଅବପାତର ରୂପ ନେଇ ଓଡିଶା ଉପକୂଳ ଛୁଇଁବ । ଧୀରେ ଧୀରେ ଏହାର ଗତିପଥ ବଦଳିବ । ଯାହାର ପ୍ରଭାବରେ ୧୫ରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହେବାକୁ ଥିବା ବେଳେ ୧୬ରେ ବର୍ଷାର ପ୍ରଭାଵ ସର୍ବାଧିକ ରହିବ । ସେହିଭଳି ୧୭ରେ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ୧୫ ତାରିଖରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ୧୫ରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି , କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୂର , ପୁରୀରେ ହାଲୁକା ବର୍ଷା ରହିବ । ୧୬ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ସର୍ବାଧିକ ବର୍ଷା ସମ୍ଭାବନା ରହିଛି । ଏଥିସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲା କଟକ, ଖୋର୍ଦ୍ଧା , ପୁରୀ , ଗଞ୍ଜାମ, ଯାଜପୁର , ବାଲେଶ୍ଵର, ଢେ଼ଙ୍କାନାଳରେ ବର୍ଷାର ସମ୍ଭାବନା ରହିଛି । ୧୭ରେ ଉତ୍ତର ଉପକୂଳ ଓଡିଶାର ବାଲେଶ୍ଵରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।