ବର୍ଷା ସହ ବଜ୍ରପାତକୁ ନେଇ ୧୪ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୧୯/୪: ରାଜ୍ୟରେ ଅସହାୟ ତାତି କୁ ଗରମ ବଢି ଚାଲିଛି। ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି। ଏହାରିମଧ୍ୟରେ ଆଜି ଅପରାହ୍ନ ୫ଟା ୧୫ ସୁଦ୍ଧା ୧୪ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିିିଥିବା ପୂର୍ଵନୁମାନ କରିଛି ପାଣିପାଗ ବିଭାଗ। ତେଣୁ ୧୪ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି। ୧୪ ଜିଲ୍ଲାଗୁଡିକ ହେଉଛିବଲାଙ୍ଗିର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କଟକ, ନୟାଗଡ଼, ଯାଜପୁର, କେନ୍ଦୁଝର, ନବରଙ୍ଗପୁର ଓ ନୂଆପଡ଼ା।