ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ରାଜ୍ୟରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର, ୨୫/୦୬: ରାଜ୍ୟରେ ଗୁଳୁଗୁଳି ଓ ଗରମ ରୁ ରକ୍ଷା ମିଳିଛି ।ଏବେ ସାରା ଓଡିଶାକୁ ମୌସୁମୀ ଛୁଇଁଛି ଓ ଭଲ ବର୍ଷା ମଧ୍ୟ ହେଉଛି ।ଏହାରିମଧ୍ୟରେ ମୌସୁମୀ ସକ୍ରୀୟ ଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏବଂ ୨୬ରୁ ୨୮ ତିନି ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସାରା ରାଜ୍ୟରେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ୨୪ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ କରାଯାଇଛି ।