ଆସନ୍ତାକାଲିଠୁ ରାଜ୍ୟରେ ହ୍ରାସ ପାଇବ ତାପମାତ୍ରା, କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୫/୦୫: ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ଲହରୀ। ଏହାରିମଧ୍ୟରେ ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୦ ଡିଗ୍ରୀ ତଳେ ରହିଥିଲା କଟକ ଓ ଭୁବନେଶ୍ୱରର ତାପମାତ୍ରା । ଦୁଇଟି ପର୍ଯ୍ୟାୟରେ ୨୦ ଦିନର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସିଛି ଆଶ୍ୱସ୍ତିର ଖବର । କାଲିଠୁ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ୭ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ବହୁଥିବା ପବନ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ବଙ୍ଗୋପସାଗରରୁ ଆସୁଥିବା ପବନ ଶକ୍ତିଶାଳୀ ହେଉଛି । ଫଳରେ ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।