ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ

ଭୁବନେଶ୍ୱର,୧୧/୦୪: ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଜାରି ରହିଛି ହାଲୁକା ବର୍ଷା । ଟୁଇନ୍ ସିଟିରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘଡଘଡି ସହ ବର୍ଷା ବି ଦେଖିବାକୁ ମିଳିଛି । ୩ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା. ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ଦେବଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଲାଗି ରହିଛି ବର୍ଷା । ୧୩ ତାରିଖରୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେବେ ଏହା ପରଠାରୁ ତାତି ବଢିିିବା ସାଙ୍ଗକୁ ଅସହ୍ୟ ହେବ ଗରମ।