ତାପମାତ୍ରା କମେଇବ କାଳବୈଶାଖୀ, ପ୍ରବଳ ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା

ଭୁବନେଶ୍ୱର,୦୭/୦୫: ରାଜ୍ୟରେ ଅସହାୟ ଗରମକୁ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଏହାରିମଧ୍ୟରେ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ । କେବଳ ପଶ୍ଚିମ ଜିଲ୍ଲା ଗୁଡ଼ିକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିଛି । କାଳବୈଶାଖୀ ବର୍ଷା କାରଣରୁ ପାରଦ ତଳମୁହାଁ ହୋଇଛି ଏବଂ ଗରମରୁ ମୁକ୍ତି ମିଳିଛି । ୯ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମ ହେବାର ସମ୍ଭାବନା ରହିଛି । ତେବେ ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଡ଼ତୋଫାନର ଆଶଙ୍କା ମଧ୍ୟ ରହିଛି । ଏନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବା ଆଶଙ୍କା କରାଯାଉଛି । ଏହାସହ ରାଜଧାନୀରେ ଏବେ ବର୍ଷା ସହ ଘଡଘଡି ଜାରି ରହିଛି।