ଚଳିତବର୍ଷ ସ୍ୱାଭାବିକ୍ ହେବ ବର୍ଷା!

ଭୁବନେଶ୍ୱର,୧୨/୪: ଚଳିତବର୍ଷ ସ୍ୱାଭାବିକ୍ ବର୍ଷା ହେବ । ବିଭିନ୍ନ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଚଳିତଥର ମୌସୁମୀ ଯଥା ସମୟରେ ଆସିବା ସହ ସ୍ୱାଭାବିକ୍ ବର୍ଷା ହେବ । ତେବେ ଗତ ଥର ଅପେକ୍ଷା ଏଥର ବର୍ଷାର ପରିମାଣ ଭଲ ରହିବ ବୋଲି ମଧ୍ୟ କୁହାଯାଇଛି । ସ୍କାଏମେଟ୍‌ ପକ୍ଷରୁ ଆକଳନ କରାଯାଇଛି ଯେ, ଏଥର ଭାରତରେ ୬୫ ପ୍ରତିଶତ ବର୍ଷା ହେବ । ନୂଆ ଦିଲ୍ଲୀରେ ସାଧାରଣ ଭାବେ ବର୍ଷା ହେବ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀର ପ୍ରଭାବ ଜାରି ରହିବ ।

ଏହାରି ଭିତରେ କିଛି ରାଜ୍ୟରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହେବ ବୋଲି ମଧ୍ୟ ଆକଳନ କରାଯାଇଛି । ରାଜସ୍ଥାନ, ଗୁଜୁରାଟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, କେରଳ, କର୍ଣ୍ଣାଟକ ଓ ତ୍ରିପୁରାରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଥିବା ସ୍କାଏମେଟ୍‌ ଆକଳନ କରିଛି ।