ବାହାନଗା ଟ୍ରେନ ଟ୍ରାଜେଡି, ଘଟଣାସ୍ଥଳରେ ରେଳମନ୍ତ୍ରୀ

ଭୁବନେଶ୍ୱର,୩/୦୬: ବାହାନଗା ଷ୍ଟେସନର ଛାତି ଫାଟିଯାଉଥିବା ଦୃଶ୍ୟକୁ ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମସ୍ତ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଏବେବି ବଗିରେ ଫଶିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଗତ ରାତିରୁ ରେଲୱେ, ଏନଡିଆରଏଫ୍, ଏସଡିଆରଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ସବୁ ସ୍ଥାନରୁ ଭୁବନେଶ୍ୱରକୁ ମୋବିଲାଇଜେସନ୍ କରାଯାଇଛି ଫଳରେ ଏଠି ଉଦ୍ଧାରକାର୍ଯ୍ୟକୁ ଯଥାଶୀଘ୍ର ଶେଷ କରାଯାଇପାରିବ । ଯେଉଁ ଦିବଙ୍ଗତମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହାସହ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ରାଜ୍ୟ ସହ ରାଜ୍ୟ ବାହାର ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ ବାହାନଗା ଟ୍ରେନ ଦୁର୍ଘଟଣାରେ ଏଯାଏଁ ୨୮୮ ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟପଟେ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି କହିଛନ୍ତି ପ୍ରଦୀପ ଜେନା । ସକାଳୁ ସକାଳୁ ଉଦ୍ଧାର କାର୍ୟ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି ।