ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ ଆସିଲାଣି ଟ୍ରେନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର,୨୭/୦୮: ଭୁବନେଶ୍ୱର ରେଳ ଷ୍ଟେସନ୍‌ ସମେତ ବାଣୀବିହାର, ମଞ୍ଚେଶ୍ବରକୁ ଆଜି ଅପରାହ୍‌ଣ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଟ୍ରେନ୍‌ ଯାତାୟତ କରିନାହିଁ । ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଏହି ଷ୍ଟେସନ୍‌କୁ ଟ୍ରେନ୍‌ ନ ଆସିବା କାରଣରୁ ହଜାର ହଜାର ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଟ୍ରେନ୍‌ ଚଳାଚଳ ନେଇ ଯାତ୍ରୀଙ୍କ ପାଖରେ ସୂଚନା ନଥିବାରୁ ସେମାନେ ଟ୍ରେନ୍‌ ଷ୍ଟେସନରେ ରେଳକୁ ଅପେକ୍ଷା କରି ହନ୍ତସନ୍ତ ହୋଇଛନ୍ତି। ଟ୍ରେନ୍‌ ଲାଇନ୍‌ କାମ ଚାଲିଥିବା କାରଣରୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଅନେକଗୁଡ଼ିଏ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ଆଗାମୀ ୩୦ ତାରିଖ ଯାଏଁ ଯାତ୍ରୀଙ୍କୁ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ବୋଲି ସୂଚନା ରହିଛି।