ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି: ରେଳମନ୍ତ୍ରୀ

ଭୁବନେଶ୍ୱର, ୬/୨: ରେଳବଜେଟ ଘୋଷଣା ହେବା ପରେ ଆଜି ଓଡ଼ିଶାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରେଳମନ୍ତ୍ରୀ । ଆଉ ଏହି ସାମ୍ବାଦିକ ସମ୍ମଳନୀରେ ଯୁପିଏ ସରକାର ଉପରେ ବର୍ଷିଛନ୍ତି । ଏହାସହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଯେଉଁଥିପାଇଁ ରେଳ ବଜେଟରେ ଓଡ଼ିଶାକୁ ଆଶା ଠାରୁ ଅଧିକ ମିଳିଛି । ୟୁପିଏ ସରକାର ସମୟରେ ଓଡ଼ିଶାକୁ ରେଳ ବଜେଟରେ ୮୦୦ କୋଟି ଟଙ୍କା ମିଳୁଥିଲା । କିନ୍ତୁ ମୋଦୀ ସରକାରରେ ୨୦୧୪ରୁ ୧୯ ମଧ୍ୟରେ ଓଡ଼ିଶାକୁ ବାର୍ଷିକ ହାରାହାରି ୪୧୨୪ କୋଟି ଟଙ୍କା ମିଳୁଥିଲା । ଯାହା ୟୁପିଏ ସରକାରରେ ମିଳୁଥିବା ରେଳବଜେଟର ଚାରିଗୁଣା ଅଧିକ  ।