ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ

ଭୁବନେଶ୍ୱର, ୨/୨: ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ନେଇ ମିଳିଲା ସୂଚନା । ଚଳିତଥର ରେଳ ବଜେଟରେ ଓଡିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପାଇଁ ୮୯୧ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଅନ୍ୟପଟେ ତାଳଚେର-ବିମଳାଗଡ ରେଳଲାଇନ୍ ପାଇଁ  ୨୫୦ କୋଟି ଟଙ୍କା, ଜୟପୁର-ମାଲକାନଗିରି ପାଇଁ ୧୩.୮୦ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି, ନୌପଡା-ଗୁଣୁପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କା, ତାଳଚେର-ଅନୁଗୁଳ ନୂଆ ଲାଇନ୍ ପାଇଁ ୧୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ।