ରେଳ ବଜେଟ୍ କୁ ନେଇ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୭/୧: ରେଳ ବଜେଟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରେଳ ବଜେଟ୍ ସଂକ୍ରାନ୍ତରେ ଆମ ଦାବି ପୂରଣ ହେବା ଦରକାର । କୋଭିଡ ବେଳେ ମଧ୍ୟ ଓଡ଼ିଶାରୁ ଭଲ GST ଆଦାୟ ହୋଇଛି । ତେଣୁ ରେଳ ବଜେଟରେ ଆମକୁ ଅଲଗା ଭାବେ ଦେଖିବାକୁ ହେବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ୨ଟି ପାର୍ଟରେ ରେଳ ବଜେଟ୍ ପାଇଁ ଦାବି ରଖିଛନ୍ତି । ପୁରୁଣା ପ୍ରକଳ୍ପ ପାଇଁ ୩,୫୦୦ କୋଟି ଟଙ୍କା ଦାବି କରାଯାଇଛି । ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କା ଦାବି ଉପସ୍ଥାପନ କରାଯାଇଛି । ରେଳ ବଜେଟ୍ ପାଇଁ ଓଡ଼ିଶା ୭,୨୦୦ କୋଟି ଟଙ୍କା ଦାବି କରିଥିବା ନେଇ ସୁୁଚନା ରହିଛି।