ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରାରେ ଓଡ଼ିଶାର ୪ଟି ଜିଲ୍ଲା ସାମିଲ ହେବା ନେଇ ସୂଚନା

ଭୁବନେଶ୍ୱର,୪/୦୧: ଜାନୁଆରି ୧୪ ତାରିଖରୁ ଆରମ୍ଭ ହେଉଛି କଂଗ୍ରେସର ନ୍ୟାୟଯାତ୍ରା ।ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଗତବର୍ଷ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାର ସଫଳତାକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ ଭାରତ ଯୋଡ଼ ନ୍ୟାୟଯାତ୍ରାରେ ବାହାରିବେ ରାହୁଲ ଗାନ୍ଧୀ ।  ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରାରେ ଓଡ଼ିଶାର ୪ଟି ଜିଲ୍ଲା ସାମିଲ ହେବ ବୋଲି ପ୍ରାଥମିକ ସ୍ତରରେ ନିଷ୍ପତି ନିଆଯାଇଛି । ତେବେ ଏଆଇସିସି ଟିମ୍ ଓଡ଼ିଶା ଆସି ଗସ୍ତସୂଚୀ ଚୂଡ଼ାନ୍ତ କରିବେ । ଓଡ଼ିଶାରେ ୩ ଦିନ ରାହୁଲଙ୍କ କାର୍ଯ୍ୟକ୍ରମ ରହିବ ଏବଂ ୩୪୧ କିଲୋମିଟର ଗସ୍ତ କରିବେ ବୋଲି କୁହାଯାଉଥିବା ବେଳେ ୪ ଦିନ ପାଇଁ ପ୍ରସ୍ତାବ ଦେଇଛି ଓଡ଼ିଶା ପିସିସି । ସେହିପରି ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରାଯାଇଛି ।