ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ପରେ ରାହୁଲ ଗାନ୍ଧିଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ,୧୧/୦୮:ମଣିପୁର ବିଷୟ ଉପରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଲୋକସଭାରେ କାଟ୍ ଖାଇବା ପରେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଲୋକସଭାରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଲେ, ହେଲେ ଏହା ଭିତରୁ ସେ କେବଳ ୨ ମିନିଟ୍ ମଣିପୁର ପ୍ରସଙ୍ଗରେ ହସି ହସି କହିଥିଲେ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ମଣିପୁର ହିଂସାକୁ ଭାରତୀୟ ସେନା ମାତ୍ର ୨ ଦିନରେ ନିୟନ୍ତ୍ରଣ କରିପାରିଥାନ୍ତା । ହେଲେ ପ୍ରଧାନମନ୍ତ୍ରୀ କିନ୍ତୁ ଏହି ନିଆଁକୁ ଲିଭାଇବାକୁ ଚାହିଁଲେନି । ରାହୁଲ କହିଛନ୍ତି ଯେ, ସେ ଦୀର୍ଘ ୧୯ ବର୍ଷ ହେଲା ରାଜନୀତି କରୁଛନ୍ତି । ହେଲେ ଏହି ଦିନ ଭିତରେ ସେ ମଣିପୁରର ଏପରି ଅବସ୍ଥା ଦେଖିନଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଏଭଳି କଥା କହିବା ଉଚିତ୍ ନଥିଲା । ପ୍ରଧାନମନ୍ତ୍ରୀ ହସି ହସି ମଣିପୁରର ମଜାକ୍ ଉଡାଇଛନ୍ତି ବୋଲି ରାହୁଲ କହିଛନ୍ତି ।