ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭/୮: ସାଂସଦ ପଦ ଫେରି ପାଇଛନ୍ତି ରାହୁଲ ଗାନ୍ଧୀ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧୀ ନିଜର ସାଂସଦ ସଦସ୍ୟତା ପଦ ଫେରି ପାଇଛନ୍ତି । କେରଳର ୱାୟନାଡରୁ ରାହୁଲ ଗାନ୍ଧୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଲୋକସଭା ସଚିବାଳୟର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ସଂସଦରେ ଦେଖିବାକୁ ମିଳିବ । ମୋଦୀ ସାଙ୍ଗିଆ ମାମଲାରେ ବୟାନ ଦେବାକୁ ନେଇ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷର ଦଣ୍ଡାଦେଶ ହୋଇଥିଲା । ଯାହାଫଳରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କ ପାଇଁ ପୁଣିଥରେ ସଂସଦର ଦ୍ୱାର ଖୋଲିଛି । ଗତ ମାର୍ଚ୍ଚ ୨୪ରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ ।