ଟ୍ୱିଟରରେ ନିଜ ପ୍ରୋଫାଇଲ ବାୟୋ ବଦଳାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬/୩: ଲୋକସଭା ସଦସ୍ୟତ୍ତା ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ନିଜ ପ୍ରୋଫାଇଲ ବାୟୋ ବଦଳାଇଛନ୍ତି । ଏବେ ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି । ସୂଚନାଯୋଗ୍ୟ ଯେ ୪ ବର୍ଷ ତଳରେ ବିବାଦୀୟ ବୟାନ ଦେଇଥିବା ରାହୁଲଙ୍କୁ ଗୁରୁବାର ସୁରତ ସେସନ୍ସ କୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ । ତାଙ୍କୁ ତୁରନ୍ତ ଏହି ମାମଲାରେ ଜାମିନ୍ ମିଳିଥିଲା, କିନ୍ତୁ ପରଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଯାହାକୁ ନେଇ ପୂରା କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ହଲ୍ଲାବୋଲ ଡାକରା ଦେଇଛି ।