ମୋ ପଛରେ ପଡିବ ତଦନ୍ତକାରୀ ସଂସ୍ଥା ଇଡି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨/୦୮:  ମୋ ପଛରେ ପଡିବ ତଦନ୍ତକାରୀ ସଂସ୍ଥା ଇଡି ।ଏଭଳି କିଛି ଆଶଙ୍କା ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ବିଜେପି ମୁଖିଆଙ୍କୁ ଚକ୍ରବ୍ୟୁହ ଭାଷଣ ଭଲ ଲାଗିନି ଓ ତାଙ୍କ ପଛରେ ଇଡିକୁ ଲଗାଇବାକୁ ଯୋଜନା କରୁଛି ଦଳ ବୋଲି ରାହୁଲ କହିଛନ୍ତି । ତେବେ ତାଙ୍କୁ ଏହି ସୂଚନା ଇଡିର କିଛି ଅଧିକାରୀ ତାଙ୍କୁ ଦେଇଥିବା ରାହୁଲ କହିଛନ୍ତି । ଏଥିସହ ବିରୋଧୀଦଳ ନେତା କହିଛନ୍ତି ପ୍ରଥମେ ତାଙ୍କ ଘର, ପରେ କଂଗ୍ରେସ ଅଫିସରେ ଚଢ଼ାଉ କରାଯିବ ତେବେ ଇଡିକୁ ସେ ନିଶ୍ଚୟ ଚା ବିସ୍କୁଟ ଦେବେ । ଗତ ୨୯ରେ ଲୋକସଭାରେ ମହାଭାରତର ଚକ୍ରବ୍ୟୁହ, ଅଭିମନ୍ୟୁଙ୍କ ଉଦାହରଣ ଦେଇ ରାହୁଲ ମୋଦୀ, ଶାହା, ଡୋଭାଲ, ଆଦାନୀ, ଅମ୍ବାନୀଙ୍କୁ ଟାର୍ଗେଟ କରିଥିଲେ ।