ମହାଦେବଙ୍କ ଫଟୋ ଦେଖାଇଲେ, ଗୃହରେ ବିରୋଧୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧/୦୭: ବିରୋଧୀ ଦଳ ନେତା ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାରେ ଅଭିଭାଷଣ ରଖିଛନ୍ତି । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ ସମ୍ବିଧାନକୁ ସୁରକ୍ଷା ଦେଉଛି । ନିଜ ଅଭିଭାଷଣ ସମୟରେ ରାହୁଲ ଗାନ୍ଧୀ ଭଗବାନ ମହାଦେବଙ୍କ ଫଟୋ ଦେଖାଇଥିଲେ । ଏହାପରେ ସଙ୍ଗେସଙ୍ଗେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଅଟକାଇଥିଲେ । ବାଚସ୍ପତି କହିଛନ୍ତି ଯେ ଗୃହରେ ଶିବଙ୍କ ଫଟୋ ଦେଖାଇପାରିବେ ନାହିଁ । ଏହାକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା । ସେହିପରି ଅନ୍ୟ ଧର୍ମ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ରାହୁଲ । ରାୟବରେଲି ସାଂସଦ ଖୁସିବ୍ୟକ୍ତି କରି କହିଛନ୍ତି ଯେ ସେ ବିରୋଧୀ ଦଳରେ ଅଛନ୍ତି । ଭଗବାନ ଶିବଙ୍କ ବେକରେ ଥିବା ସାପ ଓ ତାଙ୍କ ତ୍ରିଶୂଳ ବିଷୟରେ ଉଲ୍ଲେଖ କରି ସେ ଅହିଂସା କଥା କହିବା ସହ ଏହାଠୁ ପ୍ରେରଣା ନେବା କଥା ମଧ୍ୟ କହିଥିଲେ ।