ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୭/୦୬: ମାନହାନି ମାମଲାରେ ବେଙ୍ଗାଲୁରୁ ସ୍ପେଶାଲ କୋର୍ଟରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଛି। ବିଜେପି ପକ୍ଷରୁ ଦାୟର କରାଯାଇଥିଲା ଏହି ମାନହାନି ମାମଲା । ପୂର୍ବ ନିର୍ଦ୍ଦେଶ ମୁତାବକ ରାହୁଲ ଗାନ୍ଧୀ ଆଜି ସ୍ପେଶାଲ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ପୂର୍ବ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତା ବାସବରାଜ ବୋମାଇଙ୍କୁ ନେଇ ମନ୍ତବ୍ୟ ରଖିଥିଲେ ରାହୁଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ କମିଶନଖୋରୀ ନେତା ବୋଲି ରାହୁଲ କହିଥିଲେ । ଏହାକୁ ନେଇ କର୍ଣ୍ଣାଟକ ବିଜେପି ପକ୍ଷରୁ ରାହୁଲଙ୍କ ନାଁରେ ମାନହାନୀ ମାମଲା ଦାୟର କରାଯାଇଥିଲା ।