ମେ ୧୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୩/୦୫: ଆସନ୍ତା ମେ’ ୧୫ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାହୁଲ । ଏହାପରେ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବଲାଙ୍ଗୀର ସଭା ଶେଷ ହେବା ପରେ ଦିଲ୍ଲୀ ଫେରିଯିବେ ରାହୁଲ ଗାନ୍ଧୀ । ମେ’ ୧୫ରେ ରାହୁଲ ଗାନ୍ଧୀ ଓଡ଼ିଶାକୁ ଆସିବାକୁ ଥିବା ବେଳେ ମେ’ ୧୬ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । କନ୍ଧମାଳରେ ହେବାକୁ ଥିବା ସାଧାରଣ ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ଖଡଗେ । ଦୁଇ ଦିନରେ ୨ ହେଭିୱେଟ ନେତାଙ୍କ ଓଡ଼ିଶା ଗସ୍ତ କଂଗ୍ରେସ କର୍ମୀ ଓ ଶିବିରକୁ ଉତ୍ସାହିତ କରିଛି ।