ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୩/୩: ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୯ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଚାର ସମୟରେ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିବା ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ । ଗୁଜୁରାଟର ସୁରଟ କୋର୍ଟ ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଶୁଣାଣି ବେଳେ ରାହୁଲ ଗାନ୍ଧୀ କୋର୍ଟରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ଗତ ୨୦୧୯ ନିର୍ବାଚନରେ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ସବୁ ଚୋରଙ୍କର ସରନେମ ମୋଦୀ କାହିଁକି ହୋଇଥାଏ । ଏହି ବୟାନକୁ ନେଇ ସେତେବେଳେ ବିବାଦ ଦେଖିବାକୁ ମିଳିଥିଲା । ରାହୁଲଙ୍କ ଏହି ବୟାନ ପୂରା ମୋଦୀ ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ଏକ ମାନହାନି ମାମଲା ରୁଜୁ କରିଥିଲେ ।