ଏପ୍ରିଲ ୧୩ ପର୍ଯ୍ୟନ୍ତ ରାହୁଲଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୩/୪: ବହୁ ବାଦ ବିବାଦ ଓ ଚର୍ଚ୍ଚା ଭିତରେ ଆଜି ସୁରଟ ତଳ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ କୋର୍ଟ ରାହୁଲଙ୍କ ଆବେଦନକୁ ଗ୍ରହଣ କରିବା ସହ ଏପ୍ରିଲ ୧୩ ପର୍ଯ୍ୟନ୍ତ ତାଙ୍କୁ ଜାମିନ ଦେଇଛନ୍ତି । କିନ୍ତୁ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇନାହାନ୍ତି ଏବଂ ମେ ୩କୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୧୯ରେ ରାହୁଲ ଗାନ୍ଧୀ ନିର୍ବାଚନୀ ସଭାକୁ ସମ୍ବୋଧନ କଲାବେଳେ ମୋଦୀ ସରନେମକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହା ବିରୋଧରେ ମାର୍ଚ୍ଚ ୨୩ ତାରିଖରେ ସୁରଟର ତଳ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । କୋର୍ଟରୁ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି ।