ଇଡିରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୨୦/୦୬: ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚତୁର୍ଥ ଥର ଲାଗି ଇଡିରେ ହାଜର ହୋଇଛନ୍ତି । ପୂର୍ବ ସପ୍ତାହରେ ଶ୍ରୀ ଗାନ୍ଧୀଙ୍କୁ ଇଡି ପକ୍ଷରୁ ତିନିଥର କରି ଦୀର୍ଘ ୩୦ ଘଣ୍ଟା ଜେରା କରାଯାଇଥିଲା । ଯାହାକୁ ନେଇ କଂଗ୍ରେସ ନେତାମାନେ ପ୍ରତିବାଦ କରିବା ସହିତ ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହାକୁ ନେଇ କେନ୍ଦ୍ର ସରକାର ଜାଣି ଶୁଣି କଂଗ୍ରେସ ଦଳକୁ ଓ ରାହୁଲ ଗାନ୍ଧୀଙ୍କୁ ହଇରାଣ କରାଯାଉଥିବାର ପ୍ରତିବାଦରେ ଆଜି ରଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଦଳ ପକ୍ଷରୁ ଅଗ୍ନିପଥ ଓ ଶ୍ରୀ ଗାନ୍ଧୀଙ୍କୁ ଇଡିର ବାରମ୍ବାର ଜେରା ପ୍ରତିବାଦରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ନେତାମାନେ ଧାରଣାରେ ବସିଥିବା ଜଣାପଡିଛି । ଏନେଇ ମଧ୍ୟ ଭୁବନେଶ୍ୱରରେ ପ୍ରତିବାଦ ହୋଇଥିବା ଜଣାପଡିଛି । କଂଗ୍ରେସ କର୍ମୀମାନେ ମୁଁ ବି ରାହୁଲ ଗାନ୍ଧୀର ନାରା ଦେଇ ଇଡି ଅଫିସ୍ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଫଳରେ କଂଗ୍ରେସ କର୍ମୀ ଓ ପୁଲିସ କର୍ମଚାରୀଙ୍କ ମଧ୍ୟ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ପକ୍ଷରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିବା ଜଣାପଡିଛି ।