ବ୍ରହ୍ମପୁରରେ ପୁଣି ରାଗିଂ, ୮ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର,୨୬/୧୧: ବ୍ରହ୍ମପୁରରୁ ଆସିଲା ପୁଣି ରାଗିଂ ଅଭିଯୋଗର ଖବର । ସହରରେ ଥିବା ଏକ ଘରୋଇ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ସହ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ସିନିୟର ଛାତ୍ରମାନେ ସମ୍ପୃକ୍ତ ଛାତ୍ରଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଥାନାରେ  ପରିବାରଲୋକ ଅଭିଯୋଗ କରିଛନ୍ତି ।ଏହି ଘଟଣାରେ ୮ଜଣ ଛାତ୍ରଙ୍କ ବିରୋଧରେ ମାମଲା ଦାୟର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସାବାଳକ ଓ ଅନ୍ୟମାନେ ନାବାଳକ ରହିଥିବା ପୁଲିସ ସୂତ୍ରରୁ ଜଣାପଡିଛି ।