ଲୋକସଭା ନିର୍ବାଚନ ଲଢିବେ ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ, ଜାଣନ୍ତୁ କେଉଁ ଦଳରୁ ମିଳିଲା ଟିକେଟ ?

ଭୁବନେଶ୍ୱର,୧୦/୦୩: ଲୋକସଭା ନିର୍ବାଚନ ଲଢିବେ ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ । ସେ ଚଳିତ ବର୍ଷ ଟିଏମସି ଟିକେଟରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ରଚନାଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି ।  କୋଲକାତାର ଜନ ଗର୍ଜନ ସଭାରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଟିଏମସି ନେତ୍ରୀ । ତେବେ ଏହି ୪୨ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ କ୍ରିକେଟର ୟୁସଫ୍ ପଠାନଙ୍କ ସହିତ ମହୁଆ ମୋଇତ୍ରୋ, ଶତ୍ରୁଘ୍ନ ସିହ୍ନା, ସୟାନି ଘୋଷ ମଧ୍ୟ ରହିଛନ୍ତି।

ତୃଣମୂଳ କଂଗ୍ରେସର ନେତ୍ରୀ ମହୁଆ ମୋଇତ୍ରୋ ପୁଣିଥରେ କ୍ରିଷ୍ଣାନଗର ଆସନରୁ ଲଢିବାକୁ ଯାଉଛନ୍ତି । ତାଙ୍କ ସହ ୟୁସଫ୍ ପଠାନ ବରହାମପୁର, ସୟାନି ଘୋଷ ଜାଦବପୁର, ଗୋପାଳ ଲାମ୍ବା ଦାର୍ଜିଲିଂ, ଅଭିଷେକ ବାନାର୍ଜୀ ଡାଇମଣ୍ଡ ହାର୍ବର ଏବଂ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସାନସୋଲରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।