ରୋହିତ ଓ କୋହଲିଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୩୦/୦୬:  ରୋହିତ ଓ କୋହଲିଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଟି-୨୦ରୁ ଅବସର ନେଇ ଜାଡେଜା ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।ଟି-୨୦ ଫର୍ମାଟରେ ଜାଡେଜା ୨୦୦୯ରେ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ଟି-୨୦ରେ କ୍ୟାରିୟର ଆରମ୍ଭ କରିଥିଲେ ଜାଡେଜା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଫାଇନାଲ ମ୍ୟାଚ୍ ଖେଳିବା ସହ ନିଜର ଅନ୍ତର୍ଜାତୀୟ ଟି-୨୦ ଅଭିଯାନ ଶେଷ କରିଛନ୍ତି ଜାଡେଜା ।