ଟି-୨୦ ବିଶ୍ୱକପରୁ ବାଦ ପଡିପାରନ୍ତି ରବିନ୍ଦ୍ର ଜାଡେଜା

ଭୁବନେଶ୍ୱର,୩/୯: ଟି-୨୦ ବିଶ୍ୱକପ ପୂର୍ବରୁ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରୁ ବାଦ ପଡିପାରନ୍ତି  ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ତାଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର ଯୋଗୁଁ ସେ ୩ ମାସ ଖେଳଠୁ ଦୂରରେ ରହିପାରନ୍ତି । ବର୍ତ୍ତମାନ ସମୟରେ ଜାଡେଜା ଭଲ ଫର୍ମରେ ରହିଥିଲେ । ଟି-୨୦ ବିଶ୍ୱକପରେ ତାଙ୍କ ଅନୁପସ୍ଥିତି ଦଳକୁ ବଡ କ୍ଷତି ସହିବାକୁ ପଡିପାରେ ।