ରାଜ୍ୟ ସରକାର ବଡ଼ ଘୋଷଣା, ଆସନ୍ତା ମାସରେ ୧ ଲକ୍ଷ ଘର ବଣ୍ଟନ

ଭୁବନେଶ୍ୱର,୨୫/୦୪: ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ଆଉ ୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନ କରାଯିବ । ଏହାସହ ଆସନ୍ତା ମାସରେ ୧ ଲକ୍ଷ ଘର ବଣ୍ଟନ ହେବ । ଅନ୍ତଦ୍ୱୟ ଗୃହ ଯୋଜନାରେ ଆଉ ୧ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ଏନେଇ ବିଭାଗୀୟ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ମେ’ମାସ ଶେଷ ଯାଏ ଆବାସ ଯୋଜନାର ସର୍ଭେ ହେବ । ଏବେ ସୁଦ୍ଧା ୨୯ ଲକ୍ଷ ହିତାଧିକାରୀ ସର୍ଭେରେ ଯୋଡି ହେଲେଣି । ସର୍ଭେରେ ଯୋଡି ହେବାକୁ ସରକାର ବ୍ୟାପକ ସଚେତନ କରିଛନ୍ତି ।

Leave a Reply

Your email address will not be published. Required fields are marked *