ରାଜଧାନୀରେ ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ମିଳିଲା ଅନୁମତି

ଭୁବନେଶ୍ବର,୧୩/୧୦: ରାଜଧାନୀରେ ଆଜି ସନ୍ଧ୍ୟାରେ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ  ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି ମିଳିଛି । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି ମିଳିଛି । ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି ପୁଲିସ ।

Leave a Reply

Your email address will not be published. Required fields are marked *