ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ସିନ୍ଧୁ

ଟୋକିଓ, ୧/୮: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିିଳିଛି। ବ୍ୟାଡମିଣ୍ଟନ ମହିଳା ସିଙ୍ଗିଲ୍ସରେ ପି.ଭି. ସିନ୍ଧୁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତର ଏହା ହେଉଛି ଦ୍ବିତୀୟ ପଦକ । ଚୀନର ହେ ବିଙ୍ଗଜିଆଓଙ୍କୁ ୨୧-୧୩, ୨୧-୧୫ ପଏଣ୍ଟରେ ହରାଇଛନ୍ତି ସିନ୍ଧୁ। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ସିନ୍ଧୁ।