ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର

ପୁରୀ, ୧୨/୧୨: ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇବେ ଶ୍ରୀମନ୍ଦିର ପ୍ରଶାସକ। ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ।

ପ୍ରଥମ ସପ୍ତାହରେ ପ୍ରତିଦିନ ୫ ହଜାର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ।ପ୍ରଥମ ସପ୍ତାହରେ କେବଳ ପୁରୀ ଲୋକ ଶ୍ରୀମନ୍ଦିରକୁ ଯାଇ ପାରିବେ ।

ଜାନୁଆରି ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ।ଜାନୁଆରି ୩ରୁ ପୁରୀ ଛଡ଼ା ବାହାର ଲୋକଙ୍କୁ ଦର୍ଶନ ଅନୁମତି ମିିଳିବ। କୋଭିଡ୍‌ ନେଗେଟିଭ ରିପୋର୍ଟ ଥିଲେ  ଅମୁମତି ମିିଳିବ। ପ୍ରଥମ ସପ୍ତାହରେ ଲୋକଙ୍କ ସଂଖ୍ୟା ବୃଦ୍ଧି କରାଯାଇ ପାରେ କିନ୍ତୁ ଶ୍ରୀଜୀଉଙ୍କୁ ଭକ୍ତମାନେ ଭିତର କାଠରୁ ଦର୍ଶନ କରିପାରିବେ ।