ଭୁବନେଶ୍ୱର,୨୪/୦୨: ଆଜି ପୁରୀ ଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ହେଉଛି । ଭକ୍ତଙ୍କୁ ସମ୍ପୁର୍ଣ୍ଣ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀଲୋକନାଥ। ବର୍ଷ ତମାମ ଭକ୍ତଙ୍କ ଦ୍ବାରା ଲାଗି ହୋଇଥିବା ପୂଜା ସାମଗ୍ରୀ ବୁଡି ରହିଥିବା ଗମ୍ଭୀରା ସଫା କରାଯାଉଛି । ବର୍ଷ ବର୍ଷ ଧରି ଲାଗି ହୋଇଥିବା କ୍ଷୀର, ସର, କଦଳୀ ଓ ବେଲପତ୍ର ଆଦି ସଫା କରାଯାଉଛି । ପୁରୀ ଶ୍ରୀ ଲୋକନାଥଙ୍କ ପୀଠରେ ଆଜିର ଦିନରେ ଭକ୍ତମାନେ ଲୋକନାଥ ଦେବଙ୍କ ସମ୍ପୁର୍ଣ୍ଣ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ନୀତି ଅନୁଯାୟୀ ସକାଳ ୪ଟାରୁ ୭ ଟା ଭିତରେ ପଙ୍କ କଢ଼ାଯାଇଛି । ପଙ୍କ କଢ଼ାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି । ମାନସିକଧାରୀ ଓ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ଏହି ପଙ୍କୋଦ୍ଧାରରେ ସାମିଲ ହୋଇଥିଲେ । ସକାଳ ପ୍ରାୟ ୭ ଟାବେଳ ଠାରୁ ଏକାଦଶୀ ଦର୍ଶନର ସୌଭାଗ୍ୟ ପାଇଛନ୍ତି ଭକ୍ତମାନେ । ସେପେଟ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।